ଟ୍ରେନର ବିଦ୍ୟୁତ ସଂଯୋଗ ବିଛିନ୍ନ, ଖରାପ ହେଲା ପେଣ୍ଟୋଗ୍ରାଫ, ଅଟକିଲା ଦୁଇଟି ଟ୍ରେନ

Odisha Hot News
0 Min Read

ଭୁବନେଶ୍ବର: ଆଜି ରାୟଗଡା ନିକଟରେ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ପେଣ୍ଟୋଗ୍ରାଫ ପୁଣି ଥରେ ଖରାପ ହୋଇଗଲା। ଫଳରେ ଟ୍ରେନ ଚଳାଚଳ ପାଇଁ ଆବଶ୍ୟକ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇପଡିଲା। ଏହାଦ୍ବାର ଟ୍ରେନଟି ରାୟଗଡା କୋରାପୁଟ କେ ଆର ଲାଇନରେ ଅଟକି ରହିଛି।

ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ, ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଲେଲିଗୁମା ଠାରେ ଅଟକି ରହିଛି । ୩ ଘଣ୍ଟାରୁ ଅଧିକ ସମୟ ହେଲାଣି ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Share This Article