ଆଜି ପ୍ରଧାନମନ୍ତ୍ରୀଙ୍କ ପୁରୀରେ ରୋଡ ସୋ, ଦୁଇଟି ସ୍ଥାନରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ

Odisha Hot News
1 Min Read

ପୁରୀ / ଭୁବନେଶ୍ୱର:  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ରୋଡ ସୋ ସହିତ ବିଭିନ୍ନ ଜନସଭାକୁ ସମ୍ବୋଧନ କରିବେ। ପ୍ରଥମେ ସେ ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ଏଥିସହ ବିଜେପିର ନିର୍ବାଚନ ପ୍ରଚାର ପାଇଁ ରୋଡ ଶୋ’ କରିବେ ।

ଆଜି ସେ ପ୍ରଥମେ ସକାଳ ୭ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ତାପରେ ସେବକ, ଗୁରୁଜନମାନଙ୍କ ସାକ୍ଷାତ ପରେ ସିଂହଦ୍ୱାର ନିକଟରୁ ରୋଡ ସୋ ଆରମ୍ଭ କରିବେ। ଏହି ରୋଡ ସୋ’ ମେଡିକାଲ ଛକ ପର୍ଯ୍ୟନ୍ତ ଯିବ। ଏହା ପରେ ସେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା  ୩୦ ରେ କଟକ କିଲ୍ଲା ପଡିଆରେ ଜନସଭାକୁ ସମ୍ବୋଧନ କରିବେ।

Share This Article