କୁଟ୍ଟେଙ୍କ ଉପରୁ ହଟିଲା ନିଳମ୍ବନ, ଆଶିଷ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

Odisha Hot News
1 Min Read

ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଛି। ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବା ପାଇଁ କୁହାଯାଇଛି। କୁଟ୍ଟେଙ୍କ ବିରୋଧରେ ବିଜେପି ଦଳ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେହି ଅଧାରରେ ନିର୍ବାଚନ କମିଶନର ତାଙ୍କୁ ନିଲମ୍ବନ କରି ନୂଆଦିଲ୍ଲୀ ରେସିଡେନସ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଅନ୍ୟତମ ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେ ମଧ୍ୟ ବିଜେଡି ପାଇଁ କାମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଦଳ ପାଇଁ କାମ କରୁଥିଲେ ବୋଲି ବିଜେପି ଅଭିଯୋଗ କଲା।

ଏହାପରେ ତାଙ୍କର ପ୍ରକୃତରେ ସ୍ବାସ୍ଥ୍ୟ ଖରାପ ନ ମିଛରେ ଛୁଟି ନେଇଛନ୍ତି, ସେ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରେ ସେ ମିଛରେ ସ୍ବାସ୍ଥ୍ୟ ଖରାପ କହି ଛୁଟି ନେଇଥିଲେ ବୋଲି ଜଣାପଡିଥିଲା। ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Share This Article