ଓଡିଶା ଗସ୍ତରେ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଆସାମ ମୁଖ୍ୟମନ୍ତ୍ରୀ, ମୋହନ ମାଝୀଙ୍କୁ କଲେ ସାକ୍ଷାତ

Odisha Hot News
1 Min Read

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ। ସେମାନେ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସମସ୍ତେ ଭିନ୍ନ ଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଥିବା ବେଳେ ଆଜି ଦିଲ୍ଲୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିଛନ୍ତି।

ତେବେ ସେମାନେ ଓଡିଶା ଆସିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତି ସଭାରେ ଯୋଗଦାନ କରିବା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସଂଧ୍ୟାରେ ଭୁବନେଶ୍ବରର କୃଷକ ସମାଜରେ ଆୟୋଜିତ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Share This Article