ଭୁବନେଶ୍ୱର: ରାଜ୍ୟର ଆଉ ଏକ ଘରୋଇ ହସ୍ପିଟାଲକୁ କୋଭିଡ-୧୦ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ କୋଭିଡ-୧୯ ନମୁନା ପରୀକ୍ଷା ହେବ । ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏହି ଅନୁମତି ମିଳିଥିବା କହିଛନ୍ତି ପ୍ରଫେସର ସାମନ୍ତସିଂହାର । ସମ ହସ୍ପିଟାଲର ମୋଲିକ୍ୟୁଲାର ଆରଏନଏ ଭିରୋଲୋଜି ଲାବୋରେଟୋରୀରେ କରାଯିବ ।
One more Covid testing facility added. IMS and SUM Hospital Bhubaneswar has received permission for conducting Covid-19 testing. @CMO_Odisha @AIIMSBhubaneswr @SecyChief
— H & FW Dept Odisha (@HFWOdisha) May 12, 2020
ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୩୦୦ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗବେଷଣା ନିର୍ଦେଶକ ଡାକ୍ତର ଜୟ ଶଙ୍କର ଦାସ ।
ପୂର୍ବରୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫସାଇନସେସ୍କୁ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଥିଲା । ରାଜ୍ୟରେ ଏବେ ୯ଟି କେନ୍ଦ୍ରରେ କୋଭିଡ-୧୯ ନମୁନା ପରୀକ୍ଷା ହୋଇପାରୁଛି । ଏଥିରୁ ଭୁବନେଶ୍ୱରରେ ଆରଏମ୍ ଆରସି ଓ ଏମ୍ସ ସମେତ ୫ଟି କେନ୍ଦ୍ରରେ ନମୁନା ପରୀକ୍ଷା ହେଉଛି । ସେହିପରି କଟକର ଏସ୍ସିବି, ବ୍ରହ୍ମପୁରର ଏମ୍କେସିଜି, ବୁର୍ଲା ମେଡିକାଲ ଓ ରାଉରକେଲାର ଆଇଜିଏଚ୍ରେ କୋଭିଡ-୧୯ ନମୁନା ପରୀକ୍ଷା ହେଉଛି । ଆଗାମୀ ଦିନରେ ବାରିପଦା ଓ ବାଲେଶ୍ୱରରେ ମଧ୍ୟ ନମୁନା ପରୀକ୍ଷା ହେବାର ଆଶଙ୍କା ଦେଖାଯାଇଛି ।
Comment