ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ମନ୍ତ୍ରୀମଣ୍ଡଳସ୍ତରୀୟ କମିଟିକୁ ଆଜି ଭେଟିବ ଆଉଟସୋର୍ସିଂ ମହାସଂଘ

Odisha Hot News
1 Min Read

ଭୁବନେଶ୍ୱର: ଗୁରୁବାର ଓଡିଶା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଆନ୍ଦୋଳନର ଦିତୀୟ ଦିବସରେ ହଜାର ହଜାର କର୍ମଚାରୀ ନିଜ ଜିଦରେ ଅଟଳ ରହି ଆନ୍ଦୋଳନ ଜାରି ରଖିଥିବା ବେଳେ ରାତି ୧୦ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଭାବେ ବିଧାୟକ ବାବୁ ସିଂହ ଏବଂ ବିଧାୟକ ଇରାଶିଷ ଆଚାର୍ଯ୍ୟ ଆନ୍ଦୋଳନ ସ୍ଥଳକୁ ଆସିଥିଲେ। ଉଭୟ ବିଧାୟକ ଘୋଷଣା କରିଥିଲେ ଯେ, ଆଜି ପୂର୍ବାହ୍ନ ୧୨ ଟାରେ ମନ୍ତ୍ରୀଙ୍କ ପ୍ରକଷ୍ଠରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗଠିତ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଏବଂ ୭ ଜଣ ବିଧାୟକଙ୍କୁ ନେଇ ଏକ କ୍ଷମତା ସମ୍ପର୍ଣ୍ଣ କମିଟି ସମ୍ମୁଖରେ ମହାସଂଘର ୮ ଜଣିଆ ପ୍ରତିନିଧିମଣ୍ଡଳୀ ଆଲୋଚନା କରି ଦାବି ଉପରେ ଚୁଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ।

ମହାସଂଘ ଏହାକୁ ସ୍ୱାଗତ କରିଥିଲେ ମଧ୍ୟ ଯଥାରୀତି ଆନ୍ଦୋଳନ ଜାରିରହିବ ଓ ପ୍ରତିନିଧିମଣ୍ଡଳ ଫେରିବା ପରେ ଆନ୍ଦୋଳନର ପ୍ରତ୍ୟାହାର ହେବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷ ପ୍ରଭାତ ମହାନ୍ତି, ସଭାପତି ସଞ୍ଜୟ ପଟ୍ଟନାୟକ, କର୍ମଚାରୀ ନେତା ବିଜୟ ମଲ୍ଲ,ପ୍ରଦୀପ ପ୍ରଧାନ , ସାଧାରଣ ସମ୍ପାଦକ ମାନସ ଦାସ୍, ମହାସଚିବ ହେମନ୍ତ ବସ୍ତିଆ,ଉପସଭାପତି ଗୈତମ ମହାରଣ୍ୟ, ମିଡିଆ କୋଡିନେଟର ସାନୁ କୁମାର ଶାସମଲ,ସାଗର ସ୍ୱାଇ ଏବଂ ଦୀପକ ପାଣି ସୂଚନା ଦେଇଛନ୍ତି।

Share This Article