ରେଳ ସେବା ପୁରସ୍କାର: ପ୍ରତିବଦ୍ଧତା, ଉତ୍ସର୍ଗ ଏବଂ ଉତ୍କର୍ଷତାକୁ ସମ୍ମାନ!

Odisha Hot News
2 Min Read

ଭୁବନେଶ୍ୱର: ଅନୁକରଣୀୟ ସେବା, ନିଷ୍ଠା ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର 13 ଜଣ ରେଳ କର୍ମଚାରୀଙ୍କୁ ପ୍ରତିଷ୍ଠିତ ରେଳ ସେବା ପୁରସ୍କାର 2024 ରେ ସମ୍ମାନିତ କରାଯାଇଅଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏହି ଅବସରରେ ଯୋଗ ଦେଇ କର୍ମଚାରୀମାନଙ୍କୁ ସେମାନଙ୍କ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଫୁଙ୍କୱାଲ କହିଛନ୍ତି ଯେ, ଉତ୍ସର୍ଗୀକୃତ କର୍ମଚାରୀମାନେ ରେଳ ବ୍ୟବସ୍ଥାର ମେରୁଦଣ୍ଡ ଅଟନ୍ତି।

ସେମାନଙ୍କର କଠିନ ପରିଶ୍ରମ, ପ୍ରତିବଦ୍ଧତା ଏବଂ ଉତ୍କର୍ଷତା ଆମ ସମସ୍ତଙ୍କୁ ଅଧିକ ଉଚ୍ଚତା ହାସଲ କରିବାକୁ ପ୍ରେରଣା ଦେଇ ଆସୁଅଛି। ମହାପ୍ରବନ୍ଧକ ମଧ୍ୟ ପୁରସ୍କାର ବିଜେତାମାନଙ୍କୁ ନିଷ୍ଠାପର ସେବା ଏବଂ ନବସୃଜନର ମନୋଭାବ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଯୋଗଦାନ କରି ରେଳପଥର ବରିଷ୍ଠ ଉପ-ମହାପ୍ରବନ୍ଧକ ଶ୍ରୀ ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ।

ପୁରସ୍କାରପ୍ରାପ୍ତ ରେଳ କର୍ମଚାରୀ ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ସେକ୍ସନ ଅଫିସର (ଆକାଉଣ୍ଟସ୍) ସଞ୍ଜୟ କୁମାର ଲେଙ୍କା, ବାଣିଜ୍ୟିକ ବିଭାଗ କାର୍ଯ୍ୟାଳୟ ଅଧୀକ୍ଷକ ବିକାଶ ଚନ୍ଦ୍ର ବିଶ୍ୱାଳ, ବରିଷ୍ଠ ସେକ୍ସନ ଇଞ୍ଜିନିୟର (ବୈଦ୍ୟୁତିକ) କୈଳାସ ଚନ୍ଦ୍ର ସାହୁ, ସିଭିଲ୍ ଇଞ୍ଜିନିୟରିଂ କନିଷ୍ଠ ଇଞ୍ଜିନିୟର (ଏଷ୍ଟିମେଟର) ଶ୍ରୀକାନ୍ତ ମହାତୋ, ବରିଷ୍ଠ ସେକ୍ସନ ଇଞ୍ଜିନିୟର (ଟ୍ରାକ୍ ମେସିନ୍) ଶୁଭମ ନନ୍ଦ, ନିର୍ମାଣ ବିଭାଗର ବରିଷ୍ଠ ଟେକ୍ନିସିଆନ୍ (ସିଗନାଲ୍ ଇଣ୍ଟରଲକିଂ ରକ୍ଷଣାବେକ୍ଷଣକାରୀ) ଶଶାଙ୍କ ଶେଖର ସାହୁ, ନିର୍ମାଣ ବିଭାଗର ବରିଷ୍ଠ ସେକ୍ସନ ଇଞ୍ଜିନିୟର (ସିଗନାଲ୍) ଆଦିତ୍ୟ ପ୍ରସାଦ ସ୍ୱାଇଁ, ରେଳବାଇ ସୁରକ୍ଷା ବଳ ସବ-ଇନ୍ସପେକ୍ଟର (କାର୍ଯ୍ୟନିର୍ବାହୀ) ହୃଦା ନନ୍ଦ ବିଶ୍ୱାଳଙ୍କ ସହିତ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନାର ଟେକ୍ନିସିଆନ୍ ଗ୍ରେଡ୍-III ଦିଲ ବାହାଦୁର ରୋକା, ବରିଷ୍ଠ ସେକ୍ସନ ଇଞ୍ଜିନିୟର ପ୍ରିୟବ୍ରତ ଦାସ, ଟେକ୍ନିସିଆନ୍ ଗ୍ରେଡ୍-I (AC) ଚନ୍ଦ୍ର କାନ୍ତ ସାହାଣୀ ଏବଂ କର୍ମଚାରୀ ଓ କଲ୍ୟାଣ ନିରୀକ୍ଷକ ଶ୍ରୀ ଧରଣୀଧର ମାଝୀ ଅନ୍ତର୍ଭୁକ୍ତ ଆଛନ୍ତି।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ସହିତ ରେଳପଥର ପ୍ରମୁଖ ବିଭାଗୀୟ ମୁଖ୍ୟ ଏବଂ ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ମୁଖ୍ୟ କାରଖାନା ପ୍ରବନ୍ଧକ ଉପସ୍ଥିତ ଥିଲେ।

ଏହି ମାନ୍ୟତା ପୂର୍ବତଟ ରେଳପଥର ରେଳ ନେଟୱାର୍କରେ ସେମାନଙ୍କର ଅମୂଲ୍ୟ ଅବଦାନ ପାଇଁ ଏହାର କର୍ମଚାରୀଙ୍କୁ ପ୍ରଶଂସା ଏବଂ ଉତ୍ସାହିତ କରିବା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି। ରେଳ ସେବା ପୁରସ୍କାର ସମସ୍ତ ରେଳ କର୍ମଚାରୀଙ୍କୁ ସେବାରେ ଉତ୍କର୍ଷତା ଏବଂ କାର୍ଯ୍ୟ ଦକ୍ଷତା ପାଇଁ ପ୍ରୟାସ ଜାରି ରଖିବାକୁ ପ୍ରେରଣା ପ୍ରଦାନ କରେ।

Share This Article