ନାବାଳିକାକୁ ଦୁଷ୍କର୍ମ ଓ ଆକ୍ରମଣ ମାମଲା: ଅଭିଯୁକ୍ତକୁ ୩ ବର୍ଷ ଜେଲଦଣ୍ଡ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଆଙ୍କୁଲି ଅଞ୍ଚଳର ଦୀପୁ ନାହାକ ନାମକ ଜଣେ ଯୁବକକୁ ମାନ୍ୟବର ପୋକ୍ସ ଅଦାଲତ ଜଜ୍ ଗଣେଶ୍ୱର ପତି ୩ ବର୍ଷ ଜେଲଦଣ୍ଡ ସହ ୫୫୦୦ ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୪୫ ଦିନ ଜେଲଦଣ୍ଡ ଶୁଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଦୀପୁ ଜନୈକା ନାବାଳିକା ପୋଖରୀକୁ ଗାଧୋଇବା ପାଇଁ ଗଲାବେଳେ ତାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ସେ ପାଟି କରିବାରୁ ତାକୁ ନିସ୍ତୁକ ମାଡ ମାରିଥିଲା। ପରେ ନାବାଳିକା ଜଣକ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ କରିଥିଲା ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ୬୫/୨୧ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଦୀପୁ କୁ ଗିରଫ କରିଥିଲା।

କିନ୍ତୁ କିଛି ଦିନ ଜେଲ୍ ରେ ରହି ସେ ଜାମିନରେ ମୁକୁଳି ଆସିଥିଲା। ମାନ୍ୟବର ଜିଲ୍ଲା ସ୍ବତନ୍ତ୍ର ପୋକ୍ସ ଅଦାଲତ ଜଜ୍ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

Share This Article