୯ କ୍ୟୁଣ୍ଟାଲ ୨୯ କେଜି ଗଞ୍ଜେଇ ଜବତ, ୨ ଗିରଫ

Odisha Hot News
1 Min Read

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ରାଧାକାନ୍ତ ଭୋଇଙ୍କ ତତ୍ବାବଧାନରେ ମୋବାଇଲ ଟିମ ଏସଆଇ ସୁଜିତ କୁମାର ନାଗ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ଓ ଟିମ ପଇଁତରା ମାରୁଥିବା ବେଳେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଛକ ଓଭରବ୍ରିଜ ନିକଟରେ ଏକ ଟାଟା ଏସି ଓ ଏକ ବାଇକକୁ ସନ୍ଦେହରେ ଅଟକାଇବାରେ ଟାଟା ଏସିରୁ ୯ କ୍ୟୁଣ୍ଟାଲ ୨୯ କେଜି ଗଞ୍ଜେଇ ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୯୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଟାଟା ଏସି ମଧ୍ୟରେ ଅନେକ ନକଲି ନମ୍ବର ପ୍ଲେଟ ରହିଥିବା ବେଳେ ବାଇକ (ଗାଡି ନଂ-ଓଆର ୦୭ ଆର ୧୮୫୬) ଜବତ କରିବା ସହ ଉଭୟ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଅଭିଯୁକ୍ତ ମାନେ ହେଲେ ମୋହନା ଥାନା ଅଞ୍ଚଳର ଜିତୁ ନାୟକ ଓ ଓଡ଼ଗାଁ ଥାନା ଅଞ୍ଚଳର ବସନ୍ତ ପାତ୍ର। ଉକ୍ତ ଗଞ୍ଜେଇ ଗଜପତି ଜିଲ୍ଲା ମୋହନାରୁ ପୁରୀ ଚାଲାଣ କରାଯାଉଥିବା ଜଣାପଡିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୨୮୨/୨୪-୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ଶ୍ରୀ ମୁଦୁଲି କହିଛନ୍ତି।

ଉକ୍ତ ଚଢ଼ାଉରେ ସୁନୀଲ କୁମାର ପ୍ରଧାନ, ଅଶେଷ କୁମାର ପ୍ରଧାନ, ସୁନିତା ମହାରଣା, ଜିତେନ୍ଦ୍ର ହେମ୍ବ୍ରମ, ରଞ୍ଜିତ ପଟେଲ, ସ୍ୱପ୍ନାରାଣୀ ବେହେରା, ପ୍ରଣବ ବେହେରା, ଟିଟୁ ସାହୁ, ସାନନ୍ଦ କୁମାର କୁଅଁର ପ୍ରମୁଖ ସାମିଲ ଥିଲେ।

Share This Article