ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ନେଇ ବଢିଲା ସସପେନସ, ଛାଡି ପାରନ୍ତି ବିଜେଡି

Odisha Hot News
1 Min Read

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କୁ ନେଇ ବଢିଛି ସସପେନ୍ସ। କାରଣ ହେଲା ସେ ବର୍ତ୍ତମାନ ଯେପରି ଭାଷଣ ଦେଉଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ସେ ବିଜେଡି ଛାଡିବେ।

ପ୍ରଦୀପ ଏକ କାର୍ଯ୍ୟକ୍ରମରେ କହିଥିଲେ ଯ, କଂଗ୍ରେସରେ କାମ କରିବାର ମଜା ଅଲଗା ଅଛି। ଭକ୍ତ ଦାସ ସଭାପତି ହେବା ପରେ ତାଙ୍କ ସହିତ କଥା ହୋଇ ଅଭିନନ୍ଦନ ଜଣାଇଛି।

ଏହା କହିବା ପରେ ରାଜ୍ୟ ରାଜନୀତିରେ ବିଭିନ୍ନ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। କାରଣ ହେଲା ପ୍ରଦୀପ ହେଉଛନ୍ତି ବ୍ରାଣ୍ଡେଡ କଂଗ୍ରେସ ନେତା। ପରିସ୍ଥିତିରେ ପଡି ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ହେଲେ ବିଜେଡିର ତାଙ୍କର ଭବିଷ୍ୟତ ସେପରି କିଛି ଉନ୍ନତି ହୋଇପାରୁ ନାହିଁ।

ଅନ୍ୟପକ୍ଷରେ କଂଗ୍ରେସର ସଭାପତି ଭକ୍ତ ଦାସ ହେବା ପରେ ବହୁ କଂଗ୍ରେସ ନେତାଙ୍କ ଘର ବାହୁଡା ଆରମ୍ଭ ହୋଇଛି। ସେହି ପରିପ୍ରେକ୍ଷୀରେ ପ୍ରଦୀପ ପୁଣି କଂଗ୍ରେସକୁ ଫେରିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Share This Article