ବସ୍ ଦୁର୍ଘଟଣାରେ ପ୍ରଧାନ ଶିକ୍ଷକଙ୍କ ପରଲୋକ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅର୍ନ୍ତଗତ କଇଠଖଣ୍ଡି ଛକରେ ନୀଳକଣ୍ଠ ନାମକ ବସ୍ ଧକ୍କାରେ ମୋଟରସାଇକେଲ ଆରୋହୀ ତଥା ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ କୁରେଶ ପାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ପ୍ରଧାନଶିକ୍ଷକ ମଧୁବନ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଟନ୍ତି। ତାଙ୍କ ଘର ନୁଆଗଡ ବୋଲି ଜଣାପଡିଛି। ସେ ବଜାର କାମ ସାରି ଫେରୁଥିବାବେଳେ ଏହି ଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଓ ମୋଟରସାଇକେଲକୁ ଜବତ କରି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article