ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରି ଚର୍ଚ୍ଚାରେ କନ୍ଧମାଳର ମା’ ଓ ଝିଅ

Odisha Hot News
1 Min Read

ଭୁବନେଶ୍ଵର: ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିଲେ ମା ଓ ଝିଅ। ମହୁଲ ଗୋଟାଇବା ପାଇଁ ଲୋକମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଥିବା ବେଳେ ସଚେତନ ଅଭାବ ଓ ଅସାବଧାନ ହେତୁ ଜଙ୍ଗଲ ସାରା ନିଆଁ ବ୍ୟାପି ଯାଇଥିଲେ। ବନ୍ଧଗଡ ପଞ୍ଚାୟତ ମିଲୁମହା ଗାଁର ଉଚ୍ଚ ଶିକ୍ଷିତ ଝିଅ ଲିପିକା ମଲ୍ଲିକ ନିଆଁକୁ ଦେଖି ଲିଭାଇବା ପାଇଁ ବାହାରି ପଡ଼ିଥିଲା। ହାତରେ କୌଣସି ସରଞ୍ଜାମ ନଥାଇ ମଧ୍ୟ ଡାଳକୁ ଭାଙ୍ଗି, ତାରି ସହାୟତାରେ, ପତ୍ରକୁ ନିଆଁ ଠାରୁ ଦୂରେଇବା ପାଇଁ ସାହସ କରିଥିଲେ।

ସନ୍ଧ୍ୟା ସମୟରୁ ନିଆଁ ଲିଭା କାମରେ, ଉଭୟ ମା ଓ ଝିଅ ଲାଗିଥିଲେ। ରାତି ପ୍ରାୟ ୧୧ ଟା ବେଳକୁ ନିଆଁ ଲିଭା ସରିଲା। ଗୋଟେ କିଲୋମିଟର ପର୍ଯ୍ୟନ୍ତ ନିଆଁ ଲିଭେଇ ଲିଭେଇ ମା ଝିଅ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏପଟେ ଘର ଲୋକ ମା ଓ ଝିଅଙ୍କୁ ନ ପାଇ ଗାଁ ଲୋକ ଏକାଠି ହୋଇ ଖୋଜି ବାହାରିଲା ବେଳକୁ, ଜଙ୍ଗଲରୁ ନିଆଁ ଲିଭେଇ ଉଭୟ ମା’ ଝିଅ ଫେରୁଥିଲେ। ଗାଁ ଲୋକ ପଚାରିବାରୁ, ନିଆଁ ଲିଭାଇବା କଥା କହିଥିଲେ।

କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ପଞ୍ଚାୟତର ମିଲୁମାହା ଗ୍ରାମର ବିମଳା ନାୟକ ଓ ତାଙ୍କ ଝିଅ ଲିପିକା ମଲ୍ଲିକ ଏଭଳି ଦୁଃସାହାସିକତା ଦେଖାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି।

Share This Article