ଭୁବନେଶ୍ବରରେ ମେଟ୍ରୋ ରେଳ ନେଇ ଉଠିଲା ପ୍ରଶ୍ନବାଚୀ, ଲାଭଦାୟକ ହେବ କି ନାହିଁ ଗଠନ ହେଲା କମିଟ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବରରେ ମେଟ୍ରୋ ରେଳ ହେବ କି ନାହିଁ ସେ ନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି। କାରଣ ହେଲା ଏହି ବହୁ କୋଟି ପ୍ରକଳ୍ପ ଲାଭଦାୟକ ହେବ କି ନାହିଁ ତାହାର ଅନୁଧ୍ୟାନ କରିବା ପାଇଁ ଗଠନ ହେଲା ଏକ କମିଟ। ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ସେ କହିଛନ୍ତି ଯେ, ଏହି ପ୍ରକଳ୍ପର କାମ ଏବଂ ଫିଜିବିଲିଟ୍ ନେଇ ଅନୁଧ୍ୟାନ କରାଯିବ। ସେମାନଙ୍କ ରିପୋର୍ଟ ଅନୁସାରେ କାମ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଫଳରେ ଏହାର ଭବିଷ୍ୟତ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପ୍ରିଲ ୨୦୨୩ରେ ନବୀନ ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ କରିଥିଲେ ଅନୁମୋଦନ । ୨୦୨୪ ଜାନୁଆରୀ ପହିଲାରେ ବାରଙ୍ଗରେ ପଡ଼ିଥିଲା ଭିତ୍ତିପ୍ରସ୍ତର । ପ୍ରକଳ୍ପ ପାଇଁ ୬ ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଥିଲେ ଓଡ଼ିଶା ସରକାର। ଏହାକୁ ନେଇ ରାଜ୍ୟବାସୀ ବେଶ ଆଶାବାଦୀ ଥିଲେ। ହେଲେ ବର୍ତ୍ତମାନ ତାହା ହେବ କି ନାହିଁ ସନ୍ଦେହ ସୃଷ୍ଟି ହେଲାଣି।

Share This Article