ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଓ ନେତା, ଫଗୁଣର ରଂଗରେ ହେଲେ ରଂଗୀନ

Odisha Hot News
1 Min Read

ଭୁବନେଶ୍ବର: ଆଜି ହେଉଛି ରଂଗର ଉତ୍ସବ ହୋଲି। ଏହି ଅବସରରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ରଂଗୀନ ହୋଇ ଉଠିଛି। ନେତାଙ୍କଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ହୋଲିଖେଳରେ ମସଗୁଲ ଅଛନ୍ତି। ଏହିପରି ଅବସରକୁ ହାତଛଡା କରି ନାହାଁନ୍ତି ବିଜେପି ନେତା ଓ ମନ୍ତ୍ରୀ। ସେମାନେ ମଧ୍ୟ ରଂଗୀନ ରଂଗରେ ରଙ୍ଗାୟିତ ହୋଇଛନ୍ତି।

ଶୁକ୍ରବାର ଦିନ ବିଜେପି ପାର୍ଟି ଅଫିସରେ ଆୟୋଜିତ ହୋଇଥିଲା ହୋଲି ଉପଲକ୍ଷେ ବନ୍ଧୁ ମିଳନ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗଦେଇ ହୋଲି ଖେଳିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଥିଲେ।

Share This Article