ସାବଧାନ!: ହୋଲି ଖେଳିବା ବେଳେ ଏହି ଭୁଲ କରନ୍ତୁ ନାହିଁ, ନଚେତ ବାନ୍ଧିବ ପୋଲିସ, ଗାଇଡଲାଇନ୍‌ ଜାରି

Odisha Hot News
1 Min Read

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ କରାଯିବ। ଏଥିପାଇଁ ରାଜ୍ୟବାସୀ ଉତ୍ସାହର ସହ ଚାହିଁ ବସିଛନ୍ତି। ସହରରେ ହୋଲି ଦିନ କିଛି ଅଘଟଣକୁ ରୋକିବା ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏହା ଭିତରେ ଆସନ୍ତାକାଲି ପାଇଁ କମିଶନରେଟ୍‌ ପୋଲିସ ଏକ ଗାଇଡଲାଇନ୍‌ ଜାରି କରିଛି।

ପୋଲିସର ଗାଇଡଲାଇନ୍‌ ଅନୁଯାୟୀ, ହୋଲି ଖେଳିଲା ବେଳେ ମଦ ପିଇଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ରାସ୍ତା ଉପରେ ହୋଲି ଖେଳି ଯଦି ଗହଳି କରନ୍ତି, ତେବେ ପିସିଆର ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହୋଲି ବେଳେ କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍‌ ରଙ୍ଗକୁ ସଂପୂର୍ଣ୍ଣରୂପେ ବାରଣ କରାଯାଇଛି। ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି।

Share This Article