ମଦ ପିଇ ହୋଲି ଖେଳିଲେ ସିଧା ବନ୍ଧା ହୋଇ ଭିତରେ ପଶିବ

Odisha Hot News
1 Min Read

ଭୁବନେଶ୍ବର: ଏଥର ହୋଲି ପାଇଁ କଟକଣା ଜାରୀ କରିଛି ପୋଲିସ। ଏଥର ହୋଲିରେ ମଦପିଇ ମସ୍ତି କଲେ ସିଧା ବନ୍ଧା ହେବ ଆଉ ଭିତରକୁ ଯିବ। ଏହିପରି ଏକ କଡାବାଣୀ ଶୁଣାଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା। ଅତୀତରେ ହୋଲିବେଳେ ଏପରି ଅଘଟଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି ହୋଲି ଦିନ ପୂର୍ବରୁ ଦୁର୍ଘଟଣା ହୋଇଥିବା ସ୍ଥାନଗୁଡିକ ଉପରେ ପୋଲିସ ତୀକ୍ଷ୍ମ ନଜର ରହିବ। ଏଥିସହିତ ସେଦିନ ପୋଲିସ ପୁରା ରାଜଧାନୀରେ ପଇଁତରା ମାରିବ। ଯେଉଁଠାରେ ମଦ ପିଇ କିଏ ମସ୍ତି କରୁଥିଲେ ତାକୁ ଗିରଫ କରାଯିବ। ଏଥର ହୋଲି ଉତ୍ସବ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ନିବେଦନ କରାଯାଇଛି।

Share This Article