‘ଭରୋସା’ ହେଲପଲାଇନ୍‌ ଶୁଭାରମ୍ଭ

Odisha Hot News
1 Min Read

ଭୁବନେଶ୍ୱର: କରୋନା ଯୁଦ୍ଧର ମୁକାବିଲା ପାଇଁ ପ୍ରତ୍ୟେକ ଦେଶର ସରକାର ଜୋରସୋର ପ୍ରସ୍ତୁତି ବି ଆରମ୍ଭ କରି ସାରିଛନ୍ତି। ତେବେ ଓଡ଼ିଶାରେ ବି କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଆଜି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶାଙ୍କ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନଲାଇନ୍‌ କାଉନସେଲିଂ ହେଲ୍‌ପଲାଇନ ‘ଭରୋସା’ର ଶୁଭାରମ୍ଭ ଆରମ୍ଭ କରିଛନ୍ତି।

କୋଭିଡ-୧୯ ମହାମାରୀ ସମୟରେ ଶୁଭାରମ୍ଭ ହୋଇଥିବା ‘ଭରୋସା’ ହେଲପ୍‌ଲାଇନ୍‌ ଓଡ଼ିଶାର ବିଶ୍ୱବିଦ୍ୟାଳୟ / କଲେଜ ଛାତ୍ରମାନଙ୍କୁ ମାନସିକସ୍ତରରେ ସହାୟତା ପ୍ରଦାନ କରିବ। ଡାକ୍ତର, ମନୋବିଜ୍ଞାନୀ ଏବଂ ଶିକ୍ଷାବିତଙ୍କ ଏକ ଟିମ୍‌ ସାହାଯ୍ୟରେ ‘ଭରୋସା’ ହେଲ୍‌ପଲାଇନ କରୋନା-୧୯ ମହାମାରୀ ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ କଲେଜ ଏବଂ ୟୁନିଭରସିଟି ଛାତ୍ରଛାତ୍ରୀଙ୍କୁ ମାନସିକସ୍ତରରେ ସହାୟତା ପ୍ରଦାନ କରିବ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶାଙ୍କ କହିଛନ୍ତି। ଏହି ହେଲପ୍‌ଲାଇନ୍‌ର ଶୁଭାରମ୍ଭ ସମୟରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ଥିଲେ।

Share This Article