ପଞ୍ଚଭୂତରେ ବିଲୀନ ହେଲା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର, ବାବୁସାନ ଦେଲେ ମୁଖାଗ୍ନୀ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ଓଡିଆ ଚଳଚିତ୍ର ଜଗତରେ ଉତ୍ତମ ଯୁଗର ଅବସାନ ଘଟିଛି। ଭୁବନେଶ୍ବରର ସତ୍ୟନଗର ମଶାଣୀରେ ପଞ୍ଚଭୂତରେ ବିଲୀନ ହୋଇଛି ଅଭିନେତା ଉତ୍ତମ ମହାନ୍ତିଙ୍କ ପ୍ରାର୍ଥୀବ ଶରୀର। ପୁଅ ବାବୁସାନ ମୁଖାଗ୍ନୀ ଦେବା ପରେ ସବୁଦିନ ପାଇଁ ତାଙ୍କର ଶରୀର ହଜିଗଲା। ଓଡିଆ ଚଳଚିତ୍ରର ଏକ ଯୁଗର ଅବସାନ ଘଟିଲା।

ଆଜି ସକାଳେ ଉତ୍ତମ ମହାନ୍ତିଙ୍କ ପ୍ରାର୍ଥବ ଶରୀର ନୂଆଦିଲ୍ଲୀରୁ ଭୁବନେଶ୍ବର ଆସିବା ପରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ବହୁ ଲୋକଙ୍କର ଭିଡ ଜମିଥିଲା। ଏହାପରେ ତାଙ୍କର ମରଶରୀର ତାଙ୍କ ବରମୁଣ୍ଡାସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ଓଡିଆ ଚଳଚିତ୍ରର ବହୁ କଳକାର, ଚଳଚିତ୍ର ବ୍ୟକ୍ତିତ୍ବ ଏବଂ ତାଙ୍କର ପ୍ରଶଂସକ ତାଙ୍କର ଶେଷ ଦର୍ଶନ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ ବାସଭବନରେ ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଥିଲେ। ସେହିପରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ଏକ ଶୋଭାଯାତ୍ରାରରେ ତାଙ୍କର ମରଶରୀରକୁ ଭୁବନେଶ୍ବର ସତ୍ୟନଗର ମଶାଣୀଙ୍କୁ ନିଯାଇଥିଲା।

ସେଠାରେ ହିନ୍ଦୁ ରିତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ସେହିପରି ପୋଲିସ ବାହିନୀ ତରଫରୁ ତାଙ୍କୁ ଶେଷ ସଲାମ ପ୍ରଦାନ କରାଯାଇଥିଲା। ଏହାପରେ ପୁଅ ବାବୁସାନ ରିତିନୀତି ଅନୁସାରେ ମୁଖାଗ୍ନୀ ଦେଇଥିଲେ। ସତ୍ୟନଗର ମଶାଣୀରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ନିଜର ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ସେଠାରେ ମଧ୍ୟ ଲୋକସମୁଦ୍ର ଦେଖିବାକୁ ମିଳିଥିଲା।

ଶେଷରେ ପଞ୍ଚଭୂତରେ ବିଲୀନ ହୋଇଯାଇଥିଲା ଉତ୍ତମ ମହାନ୍ତିଙ୍କ ଶରୀର।

Share This Article