ଆମ୍ବୁଲାନ୍ସକୁ ଧକ୍କା ଦେଲା ମାଲବାହୀ ଟ୍ରେନ

Odisha Hot News
1 Min Read

ରାୟଗଡା: ରାୟଗଡା ଠାରୁ କୋରାପୁଟ ଯାଉଥିବା କେଆର ରେଳ ଲାଇନରେ ଅନନ୍ତ ଚକ୍ଷୁ ଚିକିତ୍ସାଳୟର ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି। କିଛି ରୋଗୀଙ୍କ ଆଖି ଅପରେସନ କରିବା ପାଇଁ କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କାଣିପାଇ, କଞ୍ଜମ ଯୋଡି ,ଝାକୁଡୁ, ବେତଲାଙ୍ଗ ଓ ଚକ୍ରକଲାଙ୍ଗ ଗ୍ରାମର ଲୋକଙ୍କୁ ଏକ ଅନନ୍ତ ଚକ୍ଷୁ ଚିକିତ୍ସାଳୟକୁ ଆମ୍ବୁଲାନ୍ସରେ ଆଣୁ ଥିବା ବେଳେ କଞ୍ଜାମଯୋଡି ନିକଟରେ ରେଳ ଲାଇନ ଦେଇ ଆସିବାକୁ ପଡୁଛି।

ଶିକରପାଇ ଓ ଭାଲୁମସ୍କା ଷ୍ଟେସନ ମଝିରେ ଥିବା ରେଳ ଲାଇନ ଦେଇ ଚକ୍ଷୁ ଆମ୍ବୁଲାନ୍ସ ଆସୁଥିବା ବେଳେ ହଟାତ ଏକ ମାଲବାହୀ ଟ୍ରେନ ଆସି ଗାଡିକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇ ଯାଇଥିଲା। କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ୮ଜଣ ରୋଗୀ ଅଳ୍ପକେ ବଞ୍ଚି ଯାଇଥିବା ଜଣାପଡ଼ିଛି। ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚି ଯାଇଛି।

ପ୍ରକାଶ ଥାଉକିଉକ୍ତ ସ୍ଥାନରେ ପ୍ରାୟ ୩ ଥର ଦୁର୍ଘଟଣା ଘଟିଲାଣି। ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲା କିନ୍ତୁ ଆମ୍ବୁଲାନ୍ସରେ ଥିବା ଚାଳକ ସମେତ ଜଣେ ଆଶା ଦିଦି ୮ଜଣ ରୋଗୀ ଅଳ୍ପକେ ବଞ୍ଚି ଯାଇଥିବା ଜଣାପଡ଼ିଛି। ମାଲବାହୀ ଟ୍ରେନଟି ବ୍ରେକ ମାରିବାରୁ ଆମ୍ବୁଲାନ୍ସ ରେ ଥିବା ଲୋକଙ୍କ ପ୍ରାଣ ଅଳ୍ପକେ ବଞ୍ଚି ଯାଇଛି। ପ୍ରକାଶ ଥାଉକିଉକ୍ତ ସ୍ଥାନରେ ପ୍ରାୟ ୩ଥର ଦୁର୍ଘଟଣା ଘଟିଲାଣି।

Share This Article