ଉଗ୍ର ରୁପ ନେଲା ପାରିବାରିକ କଳହ: ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଶାରୁ ଗ୍ରାମରେ ପାରିବାରିକ ଗଣ୍ଡଗୋଳର ଉଗ୍ର ରୁପ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯାହାଫଳରେ ସାନ ଭାଇ ବିଜୟ ସେଠୀଙ୍କ ଠେଙ୍ଗାରେ ବଡ଼ ଭାଇ ସଞ୍ଜୟ ଗୁରୁତର ଆହତ ହୋଇଛନ୍ତି।

ମୁଣ୍ଡରେ ଆଘାତ ଲାଗିବାରୁ ବଡ ଭାଇ ତଳେ ପଡ଼ିଯାଇଥିଲେ। ରାସ୍ତାରେ ଯାଉଥିବା ଲୋକେ ସଞ୍ଜୟଙ୍କୁ ସେଠାରୁ ଉଠାଇ ନେଇ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଖାନାରୁ ଆସି ସାନ ଭାଇ ବିଜୟ ବିରୁଦ୍ଧରେ ସଞ୍ଜୟ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୧୩୦/୨୫ ଅନୁଯାୟୀ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article