ସମ୍ବଲପୁର ଜିଲ୍ଲା ଗସ୍ତରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ଦୁଇ ଦିନିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର। ଗତକାଲି ସମ୍ବଲପୁର ପହଂଚି ଏମସିଏଲ ଗେଷ୍ଟ ହାଉସରେ ରାତ୍ରୀ ଯାପନ ପରେ ଆଜି ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି। ପରେ ଉତ୍କଳ ବାଳାଶ୍ରମ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। କେମିତି ଉତ୍ତମ ସେବା ମିଳିବ ସେନେଇ ସେଠାରେ ଥିବା କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ପରେ ଜିଲ୍ଲା ସଦର ହସ୍ପିଟାଲରେ ଥିବା ଏମସିଏଚ ପରିଦର୍ଶନ କରି ପ୍ରସୂତିଙ୍କ ସହ ଆଲୋଚନା କରିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

କେନ୍ଦ୍ର ତଥା ରାଜ୍ଯ ସରକାରଙ୍କ ମହିଳା ଓ ଶିଶୁ ବିକାଶ ପକ୍ଷରୁ ପ୍ରଚଳିତ ଥିବା ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେନେଇ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିବାର ଯୋଜନା ରହିଛି। କୁପୋଷଣ ଦୂର କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ମନ୍ତ୍ରୀ କହିଛନ୍ତି।

ଆଜିକାର ଦିନରେ ପରିବର୍ତ୍ତିତ ଚଳଣି, ମହିଳାଙ୍କ କମ୍ ପରିଶ୍ରମ ଯୋଗୁଁ ଅସ୍ତ୍ରୋପଚାର ଜନିତ ପ୍ରସୂତି ହାର ବଢୁଛି ବୋଲି ମନ୍ତ୍ରୀ କହିଛନ୍ତି। ପରେ ଜିଲ୍ଲା ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Share This Article