ସୁନା ଚେନ ଲୁଟ ଅଭିଯୋଗରେ ଦୁଇ ଯୁବକ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ପୋଲିସ୍ ସୁନା ଚେନ ଲୁଟ ଅଭିଯୋଗରେ ରଞ୍ଜନ ସାହୁ ଓ ମୁରଲୀ ସେଠୀ ନାମକ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ସୁନା ଚେନ କିଣିଥିବା ଅଭିଯୋଗରେ ଗୋବର୍ଦ୍ଧନ ନାୟକ ନାମକ ଜଣେ ଯୁବକକୁ ପୋଲିସ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ଗୋଳନ୍ଥରା ଥାନା ଅର୍ନ୍ତଗତ ସୁମାଣ୍ଡି ଗ୍ରାମର ଆପନ୍ନା ପାତ୍ର ଓ ପତ୍ନୀ ସଙ୍ଗୀତା ପାତ୍ର କୌଣସି କାମରେ ବ୍ରହ୍ମପୁର ଆସି ପୁଣି ନିଜ ଗ୍ରାମକୁ ଫେରୁଥିବା ବେଳେ ହଳଦିଆ ପଦର ଓଭରବ୍ରିଜ୍ ଉପରେ ଦୁଇ ଯୁବକ ଆସି କଥାବାର୍ତ୍ତା ଆଳ ଦେଖାଇ ସଙ୍ଗୀତା ପିନ୍ଧିଥିବା ସୁନା ଚେନ ଝାମ୍ପି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଏନେଇ ଆପନ୍ନା ପାତ୍ର ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଉକ୍ତ ଦୁଇ ଯୁବକକୁ ଉଠେଇ ଆଣି ଜେରା କରିବା ବେଳେ ସେମାନଙ୍କ ଠାରୁ ପ୍ରାୟ ୮୦ ଗ୍ରାମର ସ୍ବର୍ଣ୍ଣ ଅଳଙ୍କାର, ୩ଟି ମୋବାଇଲ ଫୋନ, ଗୋଟିଏ ଦାମୀ ମୋଟରସାଇକେଲ ଜବତ କରିଛନ୍ତି। ସୁଚନା ଅନୁଯାୟୀ, ଗିରଫ ୩ ଯୁବକ ସମସ୍ତେ ଜରଡା ଥାନା ଅଞ୍ଚଳର ବାସିନ୍ଦା।

Share This Article