Odisha Budget: ବଢିଲା ବିଧାୟକ ନିର୍ବାଚନ ମଣ୍ଡଳୀ ଉନ୍ନୟନ ପାଣ୍ଠି ପରିମାଣ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ବହୁ ଦାବୀ ପରେ ଶେଷରେ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଉନ୍ନୟନ ପାଣ୍ଠି ପରିମାଣ ବୃଦ୍ଧି କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ଖର୍ଚ୍ଚର ପରିମାଣ ବାର୍ଷିକ 3 କୋଟି ରହିଛି। ହେଲେ ଏଥର ବଜେଟରେ ତାହାକୁ ବାର୍ଷିକ 5 କୋଟିକୁ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ 2025-2026 ମସିହା ପରେ ଏ ବାବଦରେ ଖର୍ଚ୍ଚ ହେବ 736 କୋଟି ଟଙ୍କା। ଏ ନେଇ ଚଳିତ ବଜେଟରେ ବ୍ୟୟ ଅଟକଳ କରାଯାଇଛି।

Share This Article