ଅପହଞ୍ଚ ଆଦିବାସୀ ଅଞ୍ଚଳ ପରିଦର୍ଶନ କଲେ ନୟାଗଡ଼ ଜିଲ୍ଲାପାଳ

Odisha Hot News
1 Min Read

ନୟାଗଡ଼: ନୟାଗଡ଼ ଜ଼ିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ବହୁଳ ଜାକେଡ଼ା ପଞ୍ଚାୟତର ତୁକୁଡ଼ା ଓ ବଡ଼ଜିର ଗ୍ରାମ ରହିଛି। ତୁକୁଡ଼ା ଗ୍ରାମରେ ୨୭ ପରିବାର ଏବଂ ବଡ଼ଜିର ଗ୍ରାମରେ ୧୮ପରିବାର ବସବାସ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଏହି ଦୁଇଗ୍ରାମକୁ ବିକାଶ ଛୁଇଁ ପାରିନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ନେଟ୍‌ୱର୍କ ଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟା ଏଠାରେ ମୁଣ୍ଡ ଟେକିଛି।

ଏବେ ଉଭୟ ଗାଁରେ ହଠାତ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପହଞ୍ଚିଥିଲେ। ଦୁର୍ଗମ ଅଞ୍ଚଳରେ ଜିଲ୍ଲାପାଳଙ୍କୁ ଦେଖି ସ୍ଥାନୀୟ ଗ୍ରାମବାସୀମାନେ ଯେତିକି ଆନନ୍ଦିତ, ସେମାନଙ୍କର ଅଭିଯୋଗ ଜଣାଇବା ପାଇଁ ସେତିକି ମାତ୍ରାରେ ବ୍ୟାକୁଳ ରହିଥିଲେ। ରାସ୍ତା, ବିଦ୍ୟୁତ, ଭତ୍ତା, ପାନୀୟ ଜଳ, ପୋଖରୀ ଭଳି ଆହୁରି ଅନେକ ମୌଳିକ ସମସ୍ୟାର ସମାଧାନ ପାଇଁ ଲୋକମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଲୋକମାନଙ୍କଠାରୁ ଅଭିଯୋଗ ଶୁଣିବାପରେ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ନୂଆଗାଁ ବିଡିଓ ଡ. ଅମୃତ କୁମାର ରାଉଳ, କନିଷ୍ଠ ଯନ୍ତ୍ରୀ ବିକାଶ ନେତ୍ରରଞ୍ଜନ ମିଶ୍ର, ପଞ୍ଚାନନ ବିଷୋୟୀ, ଦୀପକ ରଞ୍ଜନ ରାଉତ, ଜିପିଡିଓ ଲାଲ୍ ବାହାଦୂର ରଞ୍ଜିତ, ଡବ୍ଲୁଇଓ ଯଜ୍ଞେଶ୍ଵର ନାୟକ, ସିଡିପିଓ ଶୁଭ୍ରକେଶୀ ମଲ୍ଲିକ, ଏପିଓ ଅମରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Share This Article