ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ

Odisha Hot News
1 Min Read

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ଏହା କିପରି ଜାରି ରହିଅଛି ସେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ତେବେ ପୂର୍ବ ନିର୍ଦ୍ଧାରିତ ଅବଧି ସମୟ ମଧ୍ୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହୋଇପାରିବ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବିଶେଷତଃ ଶ୍ରୀମନ୍ଦିରରେ ବହୁଳ ନୀତି ଯୋଗୁଁ ମରାମତି କାର୍ଯ୍ୟ ପାଇଁ ଦୈନନ୍ଦିନ ଆବଶ୍ୟକୀୟ ସମୟ ମିଳିପାରୁ ନଥିବା ଏଏସଆଇ ପକ୍ଷରୁ କୁହାଯାଇଥିଲା।

ତେବେ ସମୀକ୍ଷା ବୈଠକରେ ମରାମତି ପାଇଁ ଏଏସଆଇ କୁ ଅଧିକ ସମୟ ଦେବା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।ଯେହେତୁ ଭଣ୍ଡାର ଘରର ଦୀର୍ଘସ୍ଥାୟୀ ମରାମତି ଉପରେ ଗୁରୁତ୍ଵ ଦିଆଯାଉଥିବା ହେତୁ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରେ ରଖି ଆବଶ୍ୟକ ସମୟ ଏଏସଆଇ କୁ ଦେବାପାଇଁ ନିଷ୍ପତି ହୋଇଥିବା ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ମତ ରଖିଥିଲେ।

ଅନ୍ୟପକ୍ଷରେ ଭିତର ରତ୍ନ ଭଣ୍ଡାରର ଅଧିକାଂଶ ଭାଗର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ଭଣ୍ଡାର ମରାମତି ପାଇଁ ଲୁହା ଭାରା ବନ୍ଧା ସରିଅଛି।ସେହିପରି ଭିତର ରତ୍ନଭଣ୍ଡାର ଚଟାଣ ମରାମତି , ପଥର ସ୍ଥାପନ ଓ ଗ୍ରାଉଟିଙ୍ଗ ତଥା ସିଲିଂ ଯଏଣ୍ଟ କାର୍ଯ୍ୟ ସରିଥିବା ନେଇ ଏଏସଆଇ ସୁପରିଡେଣ୍ଟ ଡ଼ିବି ଗଡ଼ନାୟକ ସୂଚନା ଦେଇଥିଲେ।

Share This Article