ନୟାଗଡ଼ରେ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ

Odisha Hot News
1 Min Read

ନୟାଗଡ଼: ନୟାଗଡ଼ରେ ଆଜି ଶ୍ରମିକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ନୟାଗଡ଼ ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ବାରା ଉନ୍ମୋଚନ କରାଯାଇଛି। ଏହି ଉନ୍ମୋଚନୀ ସଭାରେ ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦର, ସଭାପତି, ଜିଲା ଶିଶୁ ମଙ୍ଗଳ କମିଟି,ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବୟନ ପ୍ରଧାନ,ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ସହ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ପୂଜାରିନ ସାମଲ ଓ ମୋନିକା ସେଠ ଏବଂ ଅନ୍ୟ ଶ୍ରମିକ ସଂଗଠନ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଶ୍ରମିକ ସଚେତନତା ରଥଟି ଏକ ମାସ ବ୍ୟାପୀ ଜିଲ୍ଲା ର ସମସ୍ତ ବ୍ଲକ, ଏନ ଏ ସି, ଶ୍ରମିକ ହାଟ, ଜନ ବହୁଳ ସ୍ଥାନ ଓ ନିର୍ମାଣଧୀନ କ୍ଷେତ୍ର ଗୁଡିକରେ ସଚେତନତା ସୃଷ୍ଟି କରିବା ସହ ରାଜ୍ୟ ସରକାର ଓ ଶ୍ରମ ବିଭାଗର ଜନ୍ନାଭିମୁଖୀ ଓ ଶ୍ରମିକ କଲ୍ୟାଣ ଯୋଜନା ଗୁଡିକ କିଭଳି ଲୋକ ଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ସଚେତନତା ସୃଷ୍ଟି କରିବ। ବିଭିନ୍ନ ଶ୍ରମ କଲ୍ୟାଣ ବୋର୍ଡ ମାଧ୍ୟମରେ ମିଳୁଥିବା ଶ୍ରମିକ ସହାୟତା ଯଥା ଓଡ଼ିଶା କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ମାଧ୍ଯମ ରେ ମିଳୁଥୁବା ଶ୍ରମିକ ସହାୟତା ଯୋଜନା ଗୁଡିକ ସହ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଓ ଅନ୍ତରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କର ଅଧିକାର ଓ କର୍ଭବ୍ୟ ଏବଂ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ନିୟମ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରିବ।

Share This Article