ଫ୍ଲାଟ କିଣାବିକା ନେଇ ପୁଣି ଦ୍ବନ୍ଦ, ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିକୁ ହାଇକୋର୍ଟଙ୍କ ସ୍ଥଗିତାଦେଶ

Odisha Hot News
1 Min Read

ଭୁବନେଶ୍ବର: ପୁଣି ଥରେ ଫ୍ଲାଟ କିଣାବିକା ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ନିକଟରେ ଏହି ଦ୍ବନ୍ଦକୁ ହଟାଇବା ପାଇଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ସେ ରେରା ଗଠନ ପୂର୍ବରୁ ଯେଉଁ ଆପାର୍ଟମେଣ୍ଟ ନିର୍ମାଣ ହୋଇଥିବା ତାହା କିଣାବିକା ହୋଇପାରିବ। ଏ ନେଇ ବିଭାଗ ସମସ୍ତ ରେଜଷ୍ଟ୍ରିଂ ଅଫିସକୁ ଅବଗତ କରାଇଥିଲେ।

ହେଲେ ସେହି ବିଜ୍ଞପ୍ତି ଉପରେ ଆଜି ହାଇକୋର୍ଟ ରହିତାଦେଶ ଜାରୀ କରିଛନ୍ତି। ଫଳରେ ସରକାର ଯେଉଁ ନିଷ୍ପତି କରିଥିଲେ ତାହା ଆଉ କାର୍ଯ୍ୟକାରୀ ହୋଇପାରିବ ନାହିଁ। ପରବର୍ତ୍ତି ଶୁଣାଣି ହେବା ପରେ ଯାହା ନିଷ୍ପତି ହେବ ବୋଲି ଜଣାପଡିଛି। ଆସନ୍ତା 19 ତାରିଖରେ କୋର୍ଟ ପରବର୍ତ୍ତି ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ନିର୍ଦ୍ଦିଷ୍ଟ ସ୍ପଷ୍ଟ ନିତି ନ ଥିବାରୁ କୋର୍ଟ ଖପ୍ପା ହୋଇଛନ୍ତି।

Share This Article