ଦୁଇ ମହିଳାଙ୍କ ଠାରୁ ସ୍ବର୍ଣ୍ଣ ଅଳଙ୍କାର ଲୁଟ୍

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ଜ୍ୟୋତି ନଗର ବାସିନ୍ଦା ବିଷ୍ଣୁପ୍ରିୟା ନାୟକ ଝିଅ ସହ ଗେଟ୍ ବଜାର ପରିବା ମାର୍କେଟରୁ ପରିବା କିଣି ଫେରିବା ବେଳେ ଘର ନିକଟସ୍ଥ ଏକ କଲ୍ୟାଣ ମଣ୍ଡପ ନିକଟରେ ଦୁଇ ଯୁବକ ମୋଟରସାଇକେଲରେ ଆସି ରିଭଲଭର ଦେଖାଇ ମହିଳାଙ୍କ ବେକରୁ ୪ ଭରି ଓଜନର ସୁନାହାର ଝାମ୍ପିନେଇ ଚମ୍ପଟ୍ ମାରିଥିଲେ। ଉକ୍ତ ମହିଳା ଜଣଙ୍କ ଘରକୁ ଆସି ପୁଅ ମାନସକୁ ଜଣାଇବା ପରେ ମାନସ ବୈଦ୍ୟନାଥ ପୁର ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲା।

ଠିକ ସେହିଭଳି ଗଜପତି ନଗର ଅଞ୍ଚଳର ନିର୍ମଳା ମିଶ୍ର ନାମ୍ନୀ ଜନୈକା ବୃଦ୍ଧା କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ପୁଜା କାର୍ଯ୍ୟକ୍ରମ ସାରି ମନ୍ଦିର ବାହାରେ ଛିଡ଼ା ହୋଇଥିବା ବେଳେ ଦୁଇ ଯୁବକ ଆସି ଉକ୍ତ ବୃଦ୍ଧା ଜଣଂକ ପିନ୍ଧିଥିବା ଦୁଇ ଭରି ଓଜନର ସୁନା ଚେନ ଝାମ୍ପି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଅଭିଯୋଗ ହୋଇଛି। ଉଭୟ ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article