ଗୁରୁତର ଅସୁସ୍ଥ ହେଲେ ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି, ଆଇସିୟୁରେ ଭର୍ତ୍ତି

Odisha Hot News
1 Min Read

ଭୁବନେଶ୍ବର: ଗୁରୁତର ଅସୁସ୍ଥ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତି। ଆଜି ସକାଳେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଦେଖିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ କହିଥିଲେ। ବର୍ତ୍ତମାନ ସେ ଭେଣ୍ଟିଲେଟର ଥାଇ ଚିକିତ୍ସିତ ହେଉଥିବାର ଜଣାପଡିଛି।

ପାଖରେ ପତ୍ନୀ ଅପରାଜିତା ମହାନ୍ତି, ପୁତ୍ର ବାବୁସାନ ସହିତ ତାଙ୍କର ପରିବାର ବର୍ଗ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିତ ଥିବାର ଜଣାପଡିଛି। ତାଙ୍କ ସ୍ବାସ୍ଥ୍ୟ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି।

Share This Article