ପୁତ୍ର ହତ୍ୟା ଅପରାଧରେ ମାଁ କୁ ଆଜୀବନ କାରାଦଣ୍ଡ ଆଦେଶ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ବନ୍ଧରେ ବୁଡାଇ ହତ୍ୟା କରିଥିବା ଅଭିଯୋଗ ରେ ମାଁ ଗଙ୍ଗାମ୍ମାକୁ ମାନ୍ୟବର ଜିଲ୍ଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ୧୫ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଆଜୀବନ କାରାଦଣ୍ଡ ସହ ୧୦ ହଜାର ଜରିମାନା ଆଦେଶ ଶୁଣାଇଛନ୍ତି ଓ ଜରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୨୦୨୩ ମସିହା ଅକ୍ଟୋବର ୧୬ ତାରିଖରେ ମୃତ ରୋହିତ ଟିଉସନ୍ ନଯାଇ ବାହାରକୁ ବୁଲିଯିବାରୁ ମାଁ ଗଙ୍ଗାମ୍ମା ତାକୁ ଖୋଜି ଖୋଜି ବିଜିପୁର ବନ୍ଧ ନିକଟରେ ପାଇଥିଲା ଓ ସେଠାରେ ହିଁ ରୋହିତକୁ ବାଡାପିଟା କରି ବନ୍ଧରେ ଠେଲି ଘରକୁ ପଳାଇ ଥିଲା। ଘରେ ରୋହିତ କୁ ନଦେଖି ପିତା ଆପ୍ପା ରାଓଙ୍କ ସନ୍ଦେହ ହେବାରୁ ସ୍ତ୍ରୀ ଗଙ୍ଗାମ୍ମା ପୁଅକୁ ବନ୍ଧରେ ଠେଲି ଦେଇଥିବା ସ୍ବୀକାର କରିଥିଲା। ଏହା ପରେ ପିତା ର ଅଭିଯୋଗ ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବନ୍ଧ ରୁ ରୋହିତ କୁ ଖୋଜି ବାହାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ମାଁ ଗଙ୍ଗାମ୍ମା କୁ ହତ୍ୟା ଅପରାଧରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ପ୍ରାୟ ଦେଢ଼ ବର୍ଷ ବିଚାରଣା କରି ମାନ୍ୟବର ଅଦାଲତ ଉକ୍ତ ଚୁଡାନ୍ତ ରାୟ ଶୁଣାଇଛନ୍ତି।

Share This Article