ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବନ ପାଇଁ ଇ-ରିକ୍ସା ବଣ୍ଟନ

Odisha Hot News
1 Min Read

ଭୁବନେଶ୍ଵର: କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲଡ଼ସ ଲିମିଟେଡ଼ଙ୍କ ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ୧୮ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ରାଙ୍କୀ ସ୍ଥିତ ଏଆରସି ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ସମ୍ମାନିତ ଅତିଥି ଭାବେ ଡେ଼ପୁଟି କଲେକ୍ଟର ପ୍ରଭୁକଲ୍ୟାଣ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ କୁମାର ସାମନ୍ତରାୟ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଯୋଗ ଦେଇ ଇ-ରିକ୍ସା ବଣ୍ଟନ କରିଥିଲେ।

ଭିନ୍ନକ୍ଷମମାନଙ୍କୁ ସ୍ୱାବଲମ୍ବନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି ଏବଂ ଭିନ୍ନକ୍ଷମ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ମତବ୍ୟକ୍ତ କରିଥିଲେ।

Share This Article