ବ୍ରହ୍ମପୁର – ଜିଲାରେ ଗତ ୭ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଏଣୁ ରାଜ୍ୟ ପୋଲିସ ମହାନିର୍ଦେଶକ(ଡିଜି) ଅଭୟ ରବିବାର ଅଚାନକ ବ୍ରହ୍ମପୁର ଗସ୍ତରେ ଆସିଛନ୍ତି। ଜିଲାରେ ଚିନ୍ତାଜନକ ଭାବେ କୋଭିଡ଼ – ୧୯ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର କିପରି ସଠିକ ମୁକାବିଲା କରାଯାଇପାରିବ ସେ ନେଇ ସମୀକ୍ଷା କରିଥିଲେ। ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କକ୍ଷରେ ବରିଷ୍ଟ ପୋଲିସ ଅଧିକାରୀଙ୍କୁ ନେଇ ସଙ୍ଗରୋଧ କକ୍ଷ ଗୁଡିକର ସୁରକ୍ଷା ବ୍ୟବସ୍ଥା ଓ ଯାଞ୍ଚ ଉପରେ କଡାକଡି ଦିଗରେ ଡିଜି ଅଭୟ ସମୀକ୍ଷା କରିଥିଲେ।
ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରିବା ପାଇଁ ଅଧିକ ପୋଲିସ ଫୋର୍ସ ଆବଶ୍ୟକତା ରହିଛି। ଏଣୁ ସେଠାରେ ଅଧିକରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇପାରିବ ସେ ଦିଗରେ ଡିଜି ଅଭୟ ଗୁରୁତ୍ୱାରୋପ କରିଥିଲେ। ପରେ ସେ ଆନ୍ଧ୍ର -ଓଡିଶା ସୀମା ଗିରିସୋଲାରେ ଥିବା ଚେକପୋଷ୍ଟ ପରିଦର୍ଶନରେ ଯାଇଥିଲେ। ପୋଲିସ ମହାନିର୍ଦ୍ଦେଶଙ୍କ ଏହି ପରିଦର୍ଶନ ବେଳେ ତାଙ୍କ ସହ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ,ଗଞ୍ଜମ ଏସ୍ପି ବ୍ରିଜେଶ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.