ଗୋଳନ୍ଥରା ଥାନା ପୋଲିସ୍ ହାତରେ ୪ ଲୁଟେରା ଗ୍ୟାଙ୍ଗ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ବର୍ଷ ଡିସେମ୍ବର ମାସ ୧୯ ତାରିଖରେ ଗୋଳନ୍ଥରା ଥାନା ଅର୍ନ୍ତଗତ ରାଳବ ରାସ୍ତାରେ ସୂର୍ଯ୍ୟ ନାରାୟଣ ଆଚାରୀ ନାମକ ଜଣେ ବାସିନ୍ଦାଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ପୋଲିସ ମାମଲା ନଂ ୫୭୧ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ସଫଳତା ପାଇଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ଯଥା ବିକାଶ ବିଷୋୟୀ, ଶିଲୁ ନାୟକ, କାଳିଆ ବେହେରା ଓ ଶରସ ନାୟକ ନାମକ ଯୁବକ ମାନଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ଆଣି ଜେରା କରି ସେମାନଙ୍କ ଠାରୁ ୪ ଟି ମୋବାଇଲ ଫୋନ, ନଗଦ ୧ ଲକ୍ଷ ୪୦ ହଜାର ଟଙ୍କା ୫୬ ଗ୍ରାମ୍ ସ୍ବର୍ଣ୍ଣ ଅଳଙ୍କାର ସମେତ କିଛି କମ୍ପ୍ୟୁଟର ଓ ବୈଦ୍ୟୁତିକ ଯନ୍ତ୍ରପାତି ସହ ଗୋଟିଏ ଟିଭିଏସ୍ ସ୍କୁଟି ମୋଟରସାଇକେଲ ଓ କମ୍ପ୍ୟୁଟର ନିକିତି ଜବତ କରାଯାଇଛି।

ଅଟକ ଯୁବକ ମାନେ ପୁର୍ବରୁ ବୈଦ୍ୟନାଥ ପୁର ଥାନା, ଗୋଷାଣୀ ନୁଆଁଗାଁ ଥାନା ଓ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ଅଳରେ ସକ୍ରିୟ ରହି ଚୋରି ଓ ଲୁଟ୍ ଘଟଣା ରେ ସମ୍ପୃକ୍ତ ଥିବା ପୋଲିସ ଠାରୁ ପ୍ରକାଶ।

Share This Article