ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ନୂଆ ମୋଡ, ଝିଅ ଦୀପାଳି ଦେଲେ ଏକ ବଡ ବୟାନ

Odisha Hot News
1 Min Read

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଏକ ନୂଆ ମୋଡ ନେଇଛି। ତାହା ହେଲା ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ତାଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବେ। ବହୁଦିନ ଧରି ସିବିଆଇ ତଦନ୍ତ ନେଇ ହୋଇଥିବା ଦାବୀକୁ ସେ ଗ୍ରହଣ କରି ଆଜି ଏହି ବଡ ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ, ବାପାଙ୍କ ହତ୍ୟାକାଣ୍ଡ ସିବିଆଇ ତଦନ୍ତ ହେଉ ବୋଲି ବିଭିନ୍ନ ମହଲରେ ଦାବୀ ହେଉଛି। ଆମ ପରିବାର ତରଫରୁ ଚିଠି ଲେଖିଲେ ତାହା ସମ୍ଭବ ହେବ ବୋଲି କୁହାଯାଉଛି। ତାହାକୁ ଗ୍ରହଣ କରି ଆମେ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ଦୀପାଳି ବଡ ବୟାନ ଦେଇଛନ୍ତି।

ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦସଙ୍କୁ ହତ୍ୟା କରାଯାଇଥିଲା।

Share This Article