ଭୁବନେଶ୍ୱର : କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ମଙ୍ଗଳବାର ଆଷାଢ଼ ପୂର୍ଣ୍ଣିମାରେ ସଂଘଟିତ ହେବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ- ରାତ୍ରି ୦୧ା୩୨ରେ ଗ୍ରହଣ ସ୍ପର୍ଶ, ରାତ୍ରି ୦୩ା୦୧ରେ ଗ୍ରହଣ ମଧ୍ୟ ଏବଂ ରାତ୍ରି ୦୪ା୩୦ରେ ସର୍ବମୋକ୍ଷ ହେବ। ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ନ ୦୪ା୩୨ରୁ ପାକତ୍ୟାଗ ଓ ଦେବନୀତି ନିଷେଧ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଓ ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଓ ଦେବନୀତି ଏବଂ ପରଦିନ ପାକକାର୍ଯ୍ୟାଦି କରିବା ବିଧିସଙ୍ଗତ। ଗ୍ରହଣଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ୧ ଦିନ ପର୍ଯ୍ୟନ୍ତ ବିବାହ ଓ ୩ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ।
ଏହି ଚନ୍ଦ୍ରଗ୍ରହଣ ଅରୁଣାଚଳ ପ୍ରଦେଶର ଉତ୍ତରପୂର୍ବାଞ୍ଚଳ ବ୍ୟତୀତ ଭାରତର ସର୍ବତ୍ର ଦୃଶ୍ୟ ହେବ ଏବଂ ଦୃଶ୍ୟ ହେଉଥିବା ଅଞ୍ଚଳରେ ଏହା ପାଳନୀୟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ସରି ସମୟକୁ ଦେଖି ଅନ୍ୟାନ୍ୟ ନୀତି କରାଯିବ। ଗ୍ରହଣ ପାଇଁ ହୋଇଥିବା ସ୍ବତନ୍ତ୍ର ନୀତି ଅନୁଯାୟୀ, ମଙ୍ଗଳବାର ସକାଳ ୬ଟାରେ ଦ୍ୱାରଫିଟା ଯାଇ ୭ଟାରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ଚାଲିବ। ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ସକାଳ ଧୂପ, ୧୦ଟା ୪୫ରୁ ଅପରାହ୍ନ ସାଢେ ୧ଟା ମଧ୍ୟରେ ଭୋଗମଣ୍ଡପ ଉଠିବ। ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଏବଂ ୨ଟା ୧୫ରୁ ଅପରାହ୍ନ ୪ଟା ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ସରି ୪ଟାରେ ମଇଲମ ଏବଂ ସାଢେ ୪ଟାରେ ତଡ଼ପଲାଗି ହେବ ବୋଲି ନିର୍ଘଣ୍ଟ ହୋଇଛି।
ଆଜି ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରେ ପାକତ୍ୟାଗ
1 Comment
1 Comment

Choć na polskim rynku platforma Vavada.net jest obecna od stosunkowo niedawna, nasz globalny debiut miał miejsce już w 2017 roku. Od tego czasu zdołaliśmy zbudować solidne zaufanie wśród tysięcy miłośników hazardu nad Wisłą. Każdego dnia nasz portal rejestruje wizyty ponad 8000 aktywnych użytkowników, co stanowi najlepszy dowód na nasz dynamiczny rozwój. Społeczność graczy docenia nas przede wszystkim za bezproblemowe działanie, świetne bonusy oraz fachowe podejście do klienta.