ସୁଭଦ୍ରା ଯୋଜନାରେ ଯେଉଁମାନେ ଟଙ୍କା ପାଇ ନାହାଁନ୍ତି ସେମାନେ ଏପରି କରନ୍ତୁ ବୋଲି କହିଲେ ଉପମୁଖମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପାଇବାକୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ବଡ ଖବର। ଏହିମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି NPCI କରନ୍ତୁ। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେ କହିଛନ୍ତି ରାଜ୍ୟର ସମସ୍ତ ବ୍ୟାଙ୍କକୁ ଦୁଇଦିନ ପାଇଁ ଏହି ସୁଭଦ୍ରା କାର୍ଯ୍ୟ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ନିମନ୍ତେ କୁହାଯାଇଛି। ସେଥିପାଇଁ ଆସନ୍ତା 29 ଓ 30 ତାରିଖ ଦୁଇଦିନ ସ୍ବତନ୍ତ୍ର ଡେସ୍କ କରି ହିତାଧିକାରୀଙ୍କ NPCI କରିବାକୁ କୁହାଯାଇଛି।

ଏହି NPCI ପାଇଁ ନିଜେ ହିତାଧିକାରୀ ବ୍ୟାଙ୍କ ଯାଇ ଏହି କାର୍ଯ୍ୟ କରିବାକୁ ପଡିବ। ସେମାନେ KYC କରିଥିଲେ ମଧ୍ୟ NPCI ଲିଙ୍କ ନ ଥିବାରୁ ସେମାନଙ୍କ ନିକଟକୁ ଟଙ୍କା ଯାଇପାରିବ ନାହିଁ। ଏହି ଦୁଇଦିନ ପାଇଁ ବ୍ୟାଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେମାନେ ସ୍ବତନ୍ତ୍ର ଡେସ୍କ କରି ସେଠାରେ ସୁଭଦ୍ରା ବ୍ୟାନରେ ଲଗାଇବା ପାଇଁ ଅନୁରୋଧ କରାଯାଇଛି। ସେହି ଡେସ୍କକୁ ଯାଇ ହିତାଧିକାରୀମାନେ ତୁରନ୍ତ ଏହି ଲିଙ୍କ କରାନ୍ତୁ ବୋଲି କୁହାଯାଇଛି।

Share This Article