ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ, ଏୟାର ଲିଫ୍ଟରେ କରାଗଲା ହାଇଦ୍ରାବାଦ ସ୍ଥାନାନ୍ତରିତ

Odisha Hot News
1 Min Read

ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଏୟାର ଲିଫ୍ଟରେ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି। ସେ କିଛିଦିନ ତଳେ ପୁଣିଥରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ଅପରାହ୍ନରେ ତାଙ୍କୁ ଏୟାର ଲିଫ୍ଟ କରାଯାଇ ହାଇଦ୍ରାବାଦ ନିଆଯାଇଛି।

ଚାରିମାସ ତଳେ ସେ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା।  କିଛିଦିନ ପରେ ସୁସ୍ଥ୍ୟ ହେବା ପରେ ସେ ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଥିଲେ। ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଆସୁଛନ୍ତି। ସେ ଛତିଶଗଡ ରାଜ୍ୟପାଳ ପଦବୀରୁ ଅବସର ନେବା ପରେ ବର୍ତ୍ତମାନ ଭୁବନେଶ୍ବରରେ ରହୁଛନ୍ତି।

Share This Article