ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଛାତ୍ରକୁ ମାରଣାନ୍ତକ ଆକ୍ରମଣ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଗୋଷ୍ଠୀ ସଂଘର୍ଷ ଦିନକୁ ଦିନ ବଢି ଚାଲିଛି। ଯାହାକି ପୋଲିସ ପ୍ରଶାସନର ମୁଣ୍ଡ ବ୍ୟଥା ବଢ଼ି ଚାଲିଛି। ଗତ ମଙ୍ଗଳବାର ମଧ୍ୟରାତ୍ରରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ଛାତ୍ର ତଥା କମାପଲ୍ଲୀ ବଡ଼ ସାହି ବାସିନ୍ଦା ସୁଜନ ପାତ୍ର, ବିଜିପୁର ଅଞ୍ଚଳର ଅବିନାଶ ନାୟକ ଓ ଅନ୍ୟ ଜଣେ ବନ୍ଧୁ ଗୋଟିଏ ଭୋଜି କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ବିଜିପୁର କାଳୀ ମନ୍ଦିର ନିକଟରେ ପ୍ରାୟ ୧୨ ଜଣ ଯୁବକ ୪ ଟି ମୋଟର ସାଇକେଲରେ ଆସି ପ୍ରଥମେ ଗୁଳି ଫୁଟାଇଥିଲେ।

ଗୁଳି ଭ୍ରଷ୍ଟ ହେବାରୁ ବିଭିନ୍ନ ମାରଣାସ୍ତ୍ରରେ ଆତର୍କିତ ଭାବେ ଉକ୍ତ ୩ ଜଣଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ସୁଜନର ଶରୀରର ବହୁ ସ୍ଥାନରେ ଆଘାତ ଲାଗିଛି। ଆକ୍ରମଣ କରି ଯୁବକ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ବେଳେ ଗୁରୁତର ସୁଜନ କୁ ସାଙ୍ଗ ମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ।

କୌଣସି ସୁତ୍ରରୁ ଖବର ପାଇ ଟାଉନ ଥାନା ଏସ୍ ଆଇ ରଂଜିତ କୁମାର ଦାଶ ଓ ବିଷ୍ଣୁ ପ୍ରସାଦ ସେଠୀ ଡାକ୍ତରଖାନାରେ ପହଞ୍ଚି ସୁଜନ ଠାରୁ ବୟାନ ଗ୍ରହଣ କରି ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଯୁବକ ମାନଙ୍କୁ ଗିରଫ ସକାଶେ ଖୋଜୁଛନ୍ତି।

Share This Article