ଅନୁଗୋଳ ଛୁଇଁଲା କରୋନା

Odisha Hot News
1 Min Read

ଅନୁଗୋଳ : ରାଜ୍ୟରେ ରବିବାର ସକାଳେ ୫୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଅନୁଗୋଳର ୧୩ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ୨୦ତମ ଜିଲାଭାବେ ଅନୁଗୋଳ ପ୍ରଥମ ଥର ପାଇଁ କରୋନାରେ ପାଦ ଥାପିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା ଥିବାବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଅନ୍ୟଜଣେ ସ୍ଥାନୀୟ ଅଞ୍ଚଳର ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ୩୫୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୧ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ରବିବାର ଚିହ୍ନଟ ୫୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୨୯ଜଣ, ମୟୂରଭଞ୍ଜର ଜଣେ, ବାଲେଶ୍ୱରର ୧୫ ଏବଂ ଅନୁଗୋଳର ୧୩ଜଣ ଅଛନ୍ତି। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଗଞ୍ଜାମ ଜିଲାରେ ସର୍ବାଧିକ ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share This Article
Leave a Comment