ବାଲୁଗାଁ ରେଳ ଷ୍ଟେସନରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

Odisha Hot News
1 Min Read

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।

ସୂଚନା ମୁତାବକ ଆଜି ସକାଳେ ବାଲୁଗାଁ ରେଳ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମରେ ପ୍ରଶାନ୍ତି ଏକ୍ସପ୍ରେସ ଛାଡିବା ସମୟରେ ଜଣେ ଯୁବକ ଟ୍ରେନରୁ ଖସିପଡ଼ିଥିଲେ। ଫଳରେ ଯୁବକଙ୍କ ମସ୍ତିଷ୍କରେ ଶକ୍ତ ଆଘାତ ଲାଗିଥିଲା। ଯାହାଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ବାଣପୁର ଥାନା ରୋପଡା ଗ୍ରାମର ସତ୍ୟବାନ ସ୍ୱାଇଁ (୪୮)। ଏ ନେଇ ନିରାକାରପୁର ଜିଆରପି ଅଧିକାରୀ ପରୀକ୍ଷିତ ନାୟକ କେସ ନମ୍ବର ୬/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

Share This Article