ଛତିଶଗଡ଼ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ

Odisha Hot News
1 Min Read

ଭୁବନେଶ୍ଵର: ଛତିଶଗଡ଼ ଜଙ୍ଗଲରେ ମାଓ ଏନ୍‌କାଉଣ୍ଟର ପରେ ଆଜି କଳାହାଣ୍ଡି ଜିଲ୍ଲାରେ ପହଂଚିଛନ୍ତି ପୋଲିସ ଡିଜି ୟୋଗେସ ବାହାଦୁର ଖୁରାନିଆ। ପୋଲିସ ଡିଜି ଆଜି କଳାହାଣ୍ଡି ଜିଲ୍ଲା ପହଞ୍ଚିବା ପରେ ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ।

ଏହି ବୈଠକରେ ପୋଲିସ ବିଭାଗ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପୋଲିସ ଡିଜି ଏସଓଜି ଯବାନଙ୍କୁ ମଧ୍ୟ ଭେଟି ବିଭିନ୍ନ ବିଷୟ ରେ ଆଲୋଚନା କରିଛନ୍ତି। ଗରିଆବନ୍ଧ ଅଞ୍ଚଳର ଏନ୍‌କାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣା ପଡିଛି।

ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ ତାରିଖରୁ ମିଳିତ ଓଡିଶା ପୋଲିସ ଓ ଛତିଶଗଡ଼ ପୁଲିସ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଯାହା ଫଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ସୀମାରେ ଓଡ଼ିଶା ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, ଯବାନ ମାନେ ଅପରେସନ ଜାରି ରଖିଛନ୍ତି ବୋଲି ୟୋଗେସ ବାହାଦୁର ଖୁରାନିଆ ପ୍ରକାଶ କରିଛନ୍ତି।

Share This Article