ଭୁବନେଶ୍ବରର ଏକ ଏଟିଏମକୁ ଡାଲା ଅଟୋରେ ଉଠାଇ ଟଙ୍କା ନେଇଗଲେ ଦୁର୍ବୁତ, ତଦନ୍ତ ଆରମ୍ଭ

Odisha Hot News
1 Min Read

ଭୁବନେଶ୍ବର: ଖୋଦ ରାଜଧାନୀରେ ଚୋରମାନେ କେତେ ସକ୍ରିୟ ଆଜିର ଏକ ଘଟଣାରୁ ଜଣାପଡିଛି। ଭୁବନେଶ୍ବରର ସାମାନ୍ତରାପୁର ଶ୍ରୀରାମନଗରରେ ଥିବା ଏକ ଏଟିଏମକୁ ଉଠାଇ ନେଇ ସେଥିରୁ ସମସ୍ତ ଟଙ୍କା ନେଇଯାଇଥିବା ଜଣାପଡିଛି। ଏହାପରେ ପୋଲିସ ସିସିଟିଭି ଫୁଟେଜ ଆଧାର କରି ଛାନଭିନ୍ନ ଆରମ୍ଭ କରିଛି।

ତେବେ ଘଟଣାରୁ ଜଣାପଡିଛି ସାମନ୍ତରାପୁରରେ ଥିବା ଏକ ଏସବିଆଇ ଏଟିଏମକୁ ଚୋରମାନେ ତାଡି ପଇସା ନେବାକୁ ଚେଷ୍ଠା କରିଥିଲେ। ହେଲେ ସେଠାରେ ତାହା ଭାଙ୍ଗିବା ସମ୍ଭବ ହୋଇ ନ ପାରିବାରୁ ସେମାନେ ଏକ ଡାଲା ଅଟୋରେ ତାହାକୁ ଉଠାଇ ନେଲେ। ସେମାନେ ବାହାରେ ତାହା ଭାଙ୍ଗି ପ୍ରାୟ ଦଶ ଲକ୍ଷ ଟଙ୍କା ନେଇଯାଇଛନ୍ତି। ପରେ ସେମାନେ ସେହି ଭଙ୍ଗା ଏଟିଏମ ଏବଂ ଅଟୋକୁ ଗଙ୍ଗୁଆ ନାଳରେ ପକାଇଦେଇଛନ୍ତି।

ପୋଲିସ ଗଙ୍ଗୁଆ ନାଳରୁ ଏଟିଏମ ଖଣ୍ଡକୁ ଓ ଅଟୋକୁ ଉଦ୍ଧାର କରିବା ସହିତ ଏହାଉପରେ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ଅଟୋ ମାଲିକ ଗାଡି ଚୋରି ହୋଇଥିବା ଏକ ଅଭିଯୋଗ ଲିଙ୍ଗରାଜ ଥାନାରେ କରିଛନ୍ତି। ଏସବୁନେଇ ପୋଲିସ ଛାନଭିନ୍ନ କରୁଛି।

Share This Article