ଭୁବନେଶ୍ବର ରାଜମହଲ ଛକରେ ସିରିଜ ଦୁର୍ଘଟଣା, ଦୁଇଟି ମୋ ବସ ଓ ଦୁଇଟି କାର ଭିତରେ ପିଟାପିଟି

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜଧାନୀ ରାଜରାସ୍ତାରେ ଏକ ସିରଜ ଦୁର୍ଘଟଣା ଘଟିଯାଇଛି। ଏଥିରେ ଜୀବନ ହାନୀ ଘଟି ନ ଥିଲେ ମଧ୍ୟ ଦୁଇଟି ବସ ଓ ଦୁଇଟି କାର କ୍ଷତିଗସ୍ତ ହୋଇଛି। ଘଟଣାରୁ ଜଣାପଡିଛି ଯେ, ଏକ ଏସି ମୋ ବସ ରାଜମହଲ ଛକରୁ ଯାଉଥିବା ବେଳେ ହଠାତ ବ୍ରେକ ଦେଇଦେଇଥିଲା। ଫଳରେ ପଛରେ ଆସୁଥିବା ଆଉ ଏକ ମୋ ବସ ତାହାକୁ ଧକ୍କା ଦେଇଥିଲା।

ଏହାପରେ ପରେ ସେହି ବସକୁ ଆଉ ଦୁଇଟି କାର ପଛକୁ ପଛ ଧକ୍କା ଦେଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଥିଲା। ସରକାରଙ୍କ ମୋ ବସ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବାରୁ ଏହି ଉତ୍ତେଜନା ଲାଗି ରହିଥିଲା। ମୋ ବସ ଡ୍ରାଇଭର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିଥିଲେ।

Share This Article