ବିଜେଡିର ବଡ ଘୋଷଣା, ନିଯୁକ୍ତ ହେଲେ ଦଳୀୟ ନିର୍ବାଚନ ଅଧିକାରୀ, ଜାଣନ୍ତୁ କିଏ

Odisha Hot News
1 Min Read

ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ତାହାର ନିର୍ବାଚନ ଅଧିକାରୀ ନିଯୁକ୍ତ କରିଛି। ଆଜି ଦଳ ତରଫରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ଦଳର ବରିଷ୍ଠ ନେତା, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଦେବ।

ପ୍ରତାପ ଦେବ ବର୍ତ୍ତମାନ ଦଳୀୟ ନିର୍ବାଚନକୁ ପରିଚାଳନା କରିବା ସହିତ ସେ ବିଭିନ୍ନ ଜିଲ୍ଲାରେ ମଧ୍ୟ ପ୍ରତିନିଧି ରଖିବେ। ପ୍ରଥମେ ପଞ୍ଚାୟତ, ବ୍ଲକ ଏବଂ ଏନଏସି ସ୍ତରରେ ସଭାପତି ନିର୍ବାଚିତ ହେବେ। ଏହାପରେ ଜିଲ୍ଲା ସ୍ତରର ସଭାପତିଙ୍କ ନିଯୁକ୍ତି ହେବ। ବର୍ତ୍ତମାନ ଦଳର ସଭ୍ୟ ସଂଗ୍ରହ ଚାଲିଛି।

Share This Article