ଟିଭି ଅଭିନେତା ଯୋଗେଶ ମହାଜନଙ୍କ ୪୪ ବର୍ଷ ବୟସରେ ଦେହାନ୍ତ

Odisha Hot News
0 Min Read

ନୂଆଦିଲ୍ଲୀ: ଟିଭି ଏବଂ ମରାଠୀ ଚଳଚ୍ଚିତ୍ର ଅଭିନେତା ଯୋଗେଶ ମହାଜନଙ୍କର ଅକାଳ ବିୟୋଗ ହୋଇଛି। ଏହି ଅଭିନେତା ୪୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଉମେରଗାଓଁ ଫ୍ଲାଟରେ ତାଙ୍କ ମୃତଦେହ ମିଳିଥିଲା। ତାଙ୍କର ହଠାତ୍ ଦେହାନ୍ତ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

ଯୋଗେଶ ମହାଜନଙ୍କର ଜାନୁଆରୀ ୧୯ ତାରିଖରେ ହଠାତ୍ ହୃଦ୍‌ଘାତ ହେତୁ ମୃତ୍ୟୁ ଘଟିଥିଲା। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ହିଁ ଡାକ୍ତରମାନେ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ।

Share This Article