ଛତୁ ଚାଷ କରି ଶ୍ରମିକମାନଙ୍କୁ ନିଯୁକ୍ତି ଦେଉଛନ୍ତି ସଫଳ ଛତୁ ବ୍ୟବସାୟୀ

Odisha Hot News
1 Min Read

ଢେଙ୍କାନାଳ: ଢେଙ୍କାନାଳ ଜ଼ିଲ୍ଲାର ସଦର ବ୍ଲକର ଲମ୍ବୋଦରପୁର ଗ୍ରାମର ବିଜୟ କୁମାର ସାହୁ ହେଉଛନ୍ତି ଜଣେ ସଫଳ ଛତୁ ବ୍ୟବସାୟୀ। ବିଜୟ କୁମାର ସାହୁ ତାଙ୍କ ଫାର୍ମରେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରି 10 ରୁ 12 ଜଣ ଲୋକଙ୍କୁ ନିଯୁକ୍ତିର ସୁଯୋଗ ଦେଇଛନ୍ତି।

ସେହିପରି ମଧ୍ୟ 50 ରୁ 60 ଜଣ ବ୍ୟବସାୟୀ ତାଙ୍କ ଠୁ ଛତୁ ଆଣି ବଜାରରେ ବିକ୍ରି କରି ରୋଜଗାର କରି ପରିବାର ଚଲାଇ ପାରୁଛନ୍ତି। ବିଜୟଙ୍କ ମା ପ୍ରଥମେ ଛତୁ ଚାଷ କରିଥିଲେ ଯେତେବେଳେ ବିଜୟ କଲେଜରେ ପଢୁଥିଲେ। ତାଙ୍କ ମା ଙ୍କ ଠାରୁ ପ୍ରେରଣା ପାଇଥିଲେ ବୋଲି କୁହନ୍ତି ବିଜୟ। ବିଜୟଙ୍କୁ ଜାତୀୟ ଉଦ୍ୟାନ କୃଷିକେନ୍ଦ୍ର ମିଶନ ତରଫରୁ ଜାତୀୟ ବ୍ୟାଙ୍କ ରୁ 20 ଲକ୍ଷ 44ହଜାର ଲୋନ ମିଳିଥିଲା। ସେଥିରୁ ସେ 9 ଲକ୍ଷ ଟଙ୍କା ସବସିଡି ପାଇଥିଲେ। ପରିଶ୍ରମ କରି ଲଭାନ୍ୱିତ ହୋଇଛନ୍ତି।

ପ୍ରତି ବେଡ ପିଛା ସେ 60 ଟଙ୍କା ଖର୍ଚ୍ଚ କରନ୍ତି ଏବଂ ବେଡ଼ ପିଛା 1 ରୁ 2 କେଜି ପଯ୍ୟନ୍ତ ଛତୁ ହୁଏ ବୋଲି କହିଛନ୍ତି। ସେ କେଜି ପିଛା 260 ଟଙ୍କା ବିକ୍ରି କରନ୍ତି। ପ୍ରତିଦିନ 20ରୁ 25 କେଜି ଛତୁ ତାଙ୍କ ଫାର୍ମରୁ ବାହାରେ ବୋଲି ସେ କହିଛନ୍ତି।

ଗ୍ରାମାଞ୍ଚଳର ଉନ୍ନତି ସହ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେବା ବିଜୟଙ୍କ ଲକ୍ଷ୍ୟ। ଢେଙ୍କାନାଳ ଜ଼ିଲ୍ଲା Horticulture ଉପନିର୍ଦ୍ଦେଶକ ଗୀତା ଶ୍ରୀ ପାଢ଼ୀ କୁହନ୍ତି ଯେ, ବିଜୟ କୁମାର ସାହୁ ଜଣେ ସଫଳ ଛତୁ ଚାଷୀ, ତାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ତାଲିମ ଦେବା ପାଇଁ ନିମନ୍ତ୍ରିତ କରାଯାଏ। ବିଜୟ ଛତୁ ଚାଷ ସହ ମଞ୍ଜି ଉତ୍ପାଦନ ମଧ୍ୟ କରୁଛନ୍ତି ଏବଂ ସେ ଯୁବ ଗୋଷ୍ଠି ମାନଙ୍କ ପାଇଁ ଜଣେ ଆଦର୍ଶ ବ୍ୟକ୍ତିତ୍ୱ ବୋଲି କହିଛନ୍ତି।

Share This Article