ବିଜେଡିର ବଡ ଘୋଷଣା, ପୂର୍ବତନ ବିଧାୟକଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ରେମୁଣାର ପୂର୍ବତନ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛନ୍ତି। ରେମୁଣାର ପୂର୍ବତନ ବିଧାୟ ସୁଧାଂଶୁ ଶେଖର ପରିଡାଙ୍କ ଉପରୁ ଏହି ପ୍ରତ୍ୟାହାର ଆଦେଶ ଲାଗୁ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦଳିୟ ବିଜ୍ଞପ୍ତି କୁହାଯାଇଛି।

ସୁଧାଂଶୁ ଶେଖର ପୂର୍ବରୁ 2019 ମସିହାରେ ବିଜେଡି ଟିକେଟରୁ ରେମୁଣା ବିଧାୟକ ହୋଇଥିଲେ। ହେଲେ ଦଳ ଗତ 2024 ନିର୍ବାଚନରେ ତାଙ୍କୁ ଟିକେଟ ଦେଇ ନ ଥିଲା। ତାଙ୍କ ପରିବର୍ତ୍ତେ ବିଦ୍ୟା ସ୍ମିତା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଥିଲା, ଯେ କି ହାରିଯାଇଥିଲେ। ସୁଧାଂଶୁ ସ୍ବାଧୀନ ବିଧାୟକ ଭାବେ ଲଢିବାରୁ ଦଳ ତାଙ୍କୁ ନିଲମ୍ବନ କରିଥିଲା। ବର୍ତ୍ତମାନ ସେ ପୁଣି ଥରେ ଦଳକୁ ଫେରିଆସିଛନ୍ତି।

Share This Article