ଠିକାଦାର ସଂଘ ପକ୍ଷରୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଦାବିପତ୍ର

Odisha Hot News
1 Min Read

ଭୁବନେଶ୍ଵର: ଦେବଗଡ଼ ଜିଲ୍ଲା ଏ ଓ ବି କ୍ଲାସ ଠିକାଦାର ସଂଘ ପକ୍ଷରୁ ଦେବଗଡ଼ ଆର ଏଣ୍ଡ ବି ବିଭାଗରେ ହେଉଥିବା ଠିକାଦାର ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏଗ୍ରିମେଣ୍ଟ ରେଗୁଲାରଇଜେସନ, ବିଲ ପେମେଣ୍ଟ, ଅନୈତିକ ପେନାଲଟି, ସିକ୍ୟୁରିଟି ରିଫଣ୍ଡ , ଛୋଟ-ଛୋଟ ଜବୱାର୍କ କୁ ବାହାର ଠିକାଦାର କୁ ଦେବା ଇତ୍ୟାଦି ପ୍ରସଙ୍ଗ ସବୁକୁ ନେଇ ଏହି ଦାବିପତ୍ର ମାଧ୍ୟମରେ ଏହାର ତ୍ୱରିତ ସମାଧାନ ବାଟ ଖୋଜି ବାହାର କରିବା ପାଇଁ ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି।

ଦେବଗଡ଼ ଏକ ଆର୍ଥିକ ଭାବେ ପଛୁଆ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲା ଭିତରେ ଅନେକ ଠିକାଦାର ବର୍ଷ ବର୍ଷ ଧରି କୌଣସି କାମ ନପାଇ ଆର୍ଥିକ ଅଭାବ ଅନାଟନ ଦେଇ ଗତି କରୁଥିବାବେଳେ ବିଭିନ୍ନ ବିଭାଗରେ ଛୋଟ ରୁ ବଡ ପ୍ରାୟ ସମସ୍ତ ନିର୍ମାଣ କାର୍ଯ୍ୟସବୁ ଜିଲ୍ଲା ବାହାର ଠିକାଦାର ମାନେ ଠିକାକାର୍ଯ୍ୟ କରୁଥିବା ବେଳେ, ଏହାର ସମାଧାନ ନିମନ୍ତେ ସଂଘ ପକ୍ଷ ରୁ ବାହାର ଜିଲ୍ଲା ଠିକାଦାରଙ୍କୁ ୬ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ କାର୍ଯ୍ୟରେ ଭାଗ ନ ନେବାକୁ ଅନୁରୋଧ କରାଯାଇଛି। ଦାବିପତ୍ରକୁ ଗ୍ରହଣ କରି ଓଡିଶା ସରକାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଦେବଗଡ ଠିକାଦାର ସଂଘ କୁ ସଂପୂର୍ଣ୍ଣ ସହଯୋଗ କରିବା ପ୍ରତିଶୁତି ଦେଇଛନ୍ତି।

Share This Article