ଜବାହାର ନବୋଦୟ ବିଦ୍ୟାଳୟରେ ନାମ ଲେଖା ପାଇଁ ହେବ ପ୍ରବେଶିକା ପରୀକ୍ଷା

Odisha Hot News
1 Min Read

ଭୁବନେଶ୍ଵର: ଆସନ୍ତାକାଲି ସର୍ବ ଭାରତୀୟ ସ୍ତରରେ ସମସ୍ତ ପିଏମ ଶ୍ରୀ ସ୍କୁଲ ବା ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ସେହି କ୍ରମରେ ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ଥିବା ପି ଏମ ଶ୍ରୀ ସ୍କୁଲ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଜିଲ୍ଲାରେ ୨୫ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ୮୦ ଟି ସିଟ ପାଇଁ ଚଳିତ ବର୍ଷ ୬୨୨୧ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଆବେଦନ ପତ୍ର ଦାଖଲ କରିଛନ୍ତି।

ପରୀକ୍ଷାର ସୁପରିଚାଳନା ପାଇଁ ପାଣିକୋଇଲି ସ୍ଥିତ ପି ଏମ ଶ୍ରୀ ସ୍କୁଲ ପରିସରରେ ଏକ ପ୍ରାକ ପ୍ରସ୍ତୁତି ତାଲିମ ଅନୁଷ୍ଠିତ ହୋଇ ଯାଇଛି। ପିଏମ ଶ୍ରୀ ସ୍କୁଲ ଅଧକ୍ଷ୍ୟା ଦିକ୍ଷାଜ୍ୟୋତି ମିଶ୍ର,ଜିଲ୍ଲା ସହ ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ବାଇଁ ଏହି ତାଲିମରେ ଉପସ୍ଥିତ କେନ୍ଦ୍ର ପରିଦର୍ଶକ ଓ କେନ୍ଦ୍ର ଅଧକ୍ଷ ମାନଙ୍କୁ ପରୀକ୍ଷା ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ମୋଟ ୫୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ତାଲିମ କାରଯକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ପ୍ରବେଶିକା ପରୀକ୍ଷା ସୁରୁକ୍ଷୁରେ ସମାପନ ପାଇଁ ଏହି ତାଲିମ ଉଦ୍ଧିଷ୍ଟ ଥିଲା ବୋଲି ପି ଏମ ଶ୍ରୀ ସ୍କୁଲ ଅଧକ୍ଷ୍ୟା ଦିକ୍ଷାଜ୍ୟୋତି ମିଶ୍ର କହିଛନ୍ତି।

Share This Article