ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ

Odisha Hot News
1 Min Read

ବ୍ରହ୍ମପୁର: ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍‌ଯାପିତ ହୋଇଯାଇଛି। ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ତାଲିମ୍ ଗ୍ରହଣ କରୁଥିବା ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ତାଲିମ୍‌ପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ରିଆକ୍ଟ ପୁସ୍ତକ ପ୍ରଦାନ କରାଯାଇଥିଲେ। ମାଷ୍ଟର ଟ୍ରେନର ମାମିନା ରାଣୀ ବେହେରା ୮ଦିନ ଧରି ୧୨୮ ଜଣ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ୍ ପ୍ରଦାନ କରିଥିଲେ।

ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ଛାତ୍ରୀମାନେ ସହଯୋଗ କରିଥିଲେ। ସହକାରୀ ଗ୍ରନ୍ଥାଗାର କେ.ଧର୍ମା ରାଓ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article